ଲେଖକ କିଶୋର ବୟସରୁ ଭୂଦାନ ଆନ୍ଦୋଳନରେ ଯୋଗ ଦେଇ ଆଦିବାସୀ ଅଞ୍ଚଳରେ କାମ କରୁଥିବା ବେଳେ ତାଙ୍କର
ପ୍ରଥମ ଲେଖା ପ୍ରକାଶ ପାଇଲା ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ସମାଲୋଚନା ପତ୍ରିକା “ନିଆଁଖୁଣ୍ଟା
“ରେ | ବିଗତ ବର୍ଷ ମାନଙ୍କ ଭିତରେ ତାଙ୍କର ଲେଖା ଇଂରାଜୀ ଓ ଓଡିଆ ଭାଷାରେ ବିଭିନ୍ନ ପତ୍ର ପତ୍ରିକାରେ
ପ୍ରକାଶ ପାଇଛି | ଆଚାର୍ଯ୍ୟ ହରିହର ଦାସ ଓ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ସହିତ ପଦଯାତ୍ରାରେ ସେ
ଓଡିଶାର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ବୁଲିଛନ୍ଟି, ତାରି ଭିତରେ ତାଙ୍କର ଅଧ୍ୟୟନ ଚାଲିଥାଏ | ଶାନ୍ତି
ଆନ୍ଦୋଳନର ଜଣେ ଜଣାଶୁଣା ଆମେରିକାନ୍ କର୍ମୀ ଜର୍ଜ ୱିଲୋବୀଙ୍କର ଉଦ୍ୟମ ଯୋଗେ ଲେଖକ ଆମେରିକା ଗଲେ
ଛାତ୍ର ଭାବରେ | ଦୁଇ ବର୍ଷ ପରେ ଭାରତ ଫେରି ସେ ପୁଣି ଭୂଦାନ କାମରେ ଲାଗିଲେ | ଆନ୍ଦୋଳନର ମୁଖପତ୍ର
“ସର୍ବୋଦୟ” ପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କଲେ | ୧୯୭୫ର ଜରୁରୀ କାଳୀନ ଅବସ୍ଥା ଘୋଷଣା ହେବା
ପୂର୍ବରୁ ସେ ଇନ୍ଦିରା ଗାନ୍ଧୀସରକାରର ଦୁର୍ନୀତି ବିରୋଧରେ ଲେଖୁଥିଲେ | ଜରୁରୀ ଅବସ୍ଥା ଜାରୀ ହେବା
ପରେ ଓଡିଶାରେ ସେ ସର୍ବ ପ୍ରଥମେ ଧରା ହୋଇ ଯାଇ ଥିଲେ | ମିସା ଆଇନରେ ଜେଲକୁ ନିଆ ଯାଇଇଥିବା କର୍ମୀ
ମାନେ ଥିଲେ ଅଟକ ବନ୍ଦୀ | ସେମାନଙ୍କୁ ବିଚାରାଳୟକୁ ନିଆ ଯାଉ ନଥିଲା | ଦୁଇବର୍ଷ ପାଖା ପାଖି ଜେଲରେ
ଥିବା ବେଳେ ସେ କେତୋଟି ଉପନ୍ୟାସ ଲେଖିଥିଲେ | ପାଠକ ଧରିଥିବା ବହିଟି କେତେ ଘାଟର ପାଣି ତା ଭିତରୁ
ଗୋଟିଏ |ଲେଖକଙ୍କର ଅନ୍ୟ୍ ବହି ଗୁଡିକ ହେଲା : ଜଣେ ଯାତ୍ରୀ ( ଆଚାର୍ଯ୍ୟ ହରିହର ଦାସଙ୍କ ଜୀବନୀ),
ମଣିଷ ପରି ମଣିଷ ( ପଣ୍ଡିତ କୃପାସିନ୍ଧୁ ହୋତାଙ୍କର ଜୀବନୀ), ବିପ୍ଳବୀ ବିନୋବା (ବିନୋବାଜୀଙ୍କର
ଜୀବନୀ ), ଗାନ୍ଧୀଜୀ (ଗାନ୍ଧୀଜୀଙ୍କର ଜୀବନୀ ), ଓଡିଶାରେ ବ୍ୟାସଜୀ (ଈଶ୍ୱରଲାଲ ବ୍ୟାସଙ୍କର ଜୀବନୀ
), ଲୋକଶକ୍ତିର ସନ୍ଧାନେ: ନବକୃଷ୍ଣ ଚୌଧୁରୀ ( ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ) ବରୀ (ଗୋପବନ୍ଧୁ ଚୌଧୁରୀ
ଓ ବରୀ ଅଞ୍ଚଳର ସ୍ୱାଧୀନତା ସଙ୍ଗ୍ରାମ), ସେହି ଗାଆଁ ସେହି ମାଟି (ଉପନ୍ୟାସ), ସାବିତ୍ରୀ (ଉପନ୍ୟାସ)
Download to read mored...
|